ଲକ୍ ଡାଉନ୍ ନିୟମ ଭାଙ୍ଗି ଫସିଲେ ପ୍ରିୟଙ୍କା

0 27

ମୁମ୍ବାଇ : ସ୍ବାମୀ ନିକ୍ ଜୋନାସଙ୍କ ସହ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଲଣ୍ଡନରେ ରହୁଛନ୍ତି । କରୋନା ଲକ୍ ଡାଉନ୍ ଯୋଗୁଁ ପ୍ରିୟଙ୍କା ଲଣ୍ଡନରେ ଫସିଛନ୍ତି । ସେ ୟୁକେ ଲକ୍ ଡାଉନ୍ ନିୟମ ଉଲଂଘନ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ବୁଧବାର ଦିନ ଲକ୍ ଡାଉନ୍ ନିୟମ ଉଲଂଘନ କରି ତାଙ୍କ ମା’ ଡ. ମଧୁ ଚୋପ୍ରା ଏବଂ କୁକୁର ଡାଇନାଙ୍କ ସହ ସାଲୁନରେ ପହଞ୍ଚିଥିଲେ ପ୍ରିୟଙ୍କା । ଲଣ୍ଡନରେ ଫେବୃଆରୀ ମାସ ପର‌୍ୟ୍ୟନ୍ତ ଲକ୍ ଡାଉନ୍ ଜାରି ରହିଛି ।

ଏକ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଚୋପ୍ରା ଜାନୁଆରୀ ୬ ତାରିଖ ଅର୍ଥାତ୍ ବୁଧବାର ଦିନ ଅପରାହ୍ନ ୪ଟା ୫୫ ମିନିଟ୍‌ରେ ସେଲିବ୍ରିଟି ଷ୍ଟାଇଲିଷ୍ଟ ଜୋଶ ବୁଡ୍‌ଙ୍କ ‘ଜୋଶ ବୁଡ୍ କେ ଷ୍ଟାଇଲିଶ ସାଲୁନ୍‌’ରେ ପହଞ୍ଚିଥିଲେ । ସେଲିବ୍ରିଟି ଷ୍ଟାଇଲିଷ୍ଟ ଜୋଶ୍ ବୁଡ୍ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏକଥା ପୋଲିସ ଜାଣିବା ପରେ ସାଲୁନ୍‌ରେ ପହଞ୍ଚି ଉଭୟଙ୍କୁ ତାଗିଦ କରିଥିଲା । ନିୟମ ଉଲଂଘନ ପାଇଁ ଉଭୟଙ୍କୁ କୌଣସି ଜରିମନା ଦେବାକୁ ପଡିନାହିଁ ବୋଲି ଜଣାପଡିଛି ।

ଗରଗ୍ଧକ୍ସକ୍ଟ.ମକ୍ଟ.ଙ୍କଳର ରିପୋର୍ଟ ଅନୁସାରେ ପୋଲିସ କହିଛି ଯେ, ସନ୍ଧ୍ୟା ୪ଟା ୪୦ମିନିଟ୍‌ରେ ଏନେଇ ଖବର ମିଳିଥିଲା । ଏହାପରେ ପୋଲିସ ସାଲୁନ୍‌ରେ ପହଞ୍ଚି ଉଭୟଙ୍କୁ କୋଭିଡ୍ ନିୟମ ପାଳନ କରିବାକୁ ତାଗିଦ କରିଥିଲା । ଉଭୟଙ୍କ ବିରୋଧରେ କୌଣସି କାର‌୍ୟ୍ୟାନୁଷ୍ଠାନ ହୋଇନାହିଁ କି ଜରିମନା ମଧ୍ୟ ଲଗାଯାଇନାହିଁ ।

priyanka chopra flouts uk lockdown rules

Leave A Reply

Your email address will not be published.