ସମ୍ପ୍ରସାରଣ ନମନ୍ତେ ନାଲକୋ ୩୦ ହଜାର କୋଟି ଟଙ୍କା ନିବେଶ କରିବ : କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ
ଭୁବନେଶ୍ୱର : “ ଏହା ପ୍ରଶଂସନୀୟ ଯେ ୧୯୮୧ ମସିହାରେ ଏକ ସାମାନ୍ୟ ନିବେଶରୁ ଆରମ୍ଭ ହୋଇଥିବା ନାଲକୋ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଉତ୍କୃଷ୍ଟ ପ୍ରଦର୍ଶନ ସହିତ ଏହାର ନେତୃତ୍ୱ ସ୍ଥିତିକୁ ବଜାୟ ରଖିଅଛି । ଏହି ଚାରି ଦଶନ୍ଧି ନାଲକୋ ପାଇଁ ବହୁ ସମୃଦ୍ଧି ଏବଂ ପ୍ରଶଂସା ଆଣି ଦେବା ସହିତ ଏହାର ବ୍ୟବସାୟ ପନ୍ଥାକୁ ଅଧିକ ମଜଭୁତ କରିଅଛି ଏବଂ ବର୍ତ୍ତମାନ ଏହା ନିରନ୍ତର ଅଭବୃଦ୍ଧି ଓ ବିସ୍ତାର ସହିତ ଏହି କେନ୍ଦ୍ରୀୟ ଉଦ୍ୟୋଗକୁ ବ୍ୟବସାୟର ଉତ୍କର୍ଷତାର ପରବର୍ତ୍ତୀ ପର୍ୟ୍ୟାୟକୁ ନେଇଯିବ” ବୋଲି ଆଜି ଭୁବନେଶ୍ୱରଠାରେ ଆୟୋଜିତ ନାଲକୋର ୪୧ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଉଦବୋଧନ ଦେଇ ମାନ୍ୟବର କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି । ଗତ କିଛି ମାସ ମଧ୍ୟରେ ଧାତୁ ମୂଲ୍ୟରେ ହ୍ରାସ ଏବଂ କୋଭିଡ୍ ମହାମାରୀ ଥିବା ସତ୍ତ୍ୱେ ଉତ୍ପାଦନ ଓ ଉତ୍ପାଦନଶୀଳତାକୁ ଅନୁକୁଳ ସଂପନ୍ନ କରିବା ପାଇଁ ନାଲକୋର ପରିଚାଳନା ତଥା କର୍ମଚାରୀଙ୍କ ନିଷ୍ଠା, କଠିନ ପରିଶ୍ରମକୁ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଗୁରୁତ୍ୱ ଆରୋପ କରିଛନ୍ତି ଯେ ଆମ ଦେଶରେ ଆଲୁମିନିୟମର ମୁଣ୍ଡପିଛା ବ୍ୟବହାର ବୃଦ୍ଧି ପାଇଁ ଏକ ବୃହତ ପରିଶର ରହିଅଛି ଏବଂ ଭାରତୀୟ ଆଲୁମିନିୟମ ଶିଳ୍ପ ଗୁଡ଼ିକ ସେମାନଙ୍କ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଏହା ଉପଯୁକ୍ତ ସମୟ ଅଟେ । ବିଦ୍ୟୁତ, ନିର୍ମାଣ, ପ୍ୟାକେଜିଂ, ଅଟୋମୋବାଇଲ ଉତ୍ପାଦନ ତଥା ପରିବହନ ଭଳି କ୍ଷେତ୍ର ଗୁଡ଼ିକରେ ଭାରତ ସରକାରଙ୍କର ଆତ୍ମନିର୍ଭର ଭାରତ ପଦକ୍ଷେପ ଅନୁଯାୟୀ ବାର୍ଷିକ ବ୍ୟବହାର ବହୁଗୁଣିତ ହେବ ବୋଲି ଆଶା କରା ଯାଉଅଛି ।
ନାଲକୋର ସମ୍ପ୍ରସାରଣ ଯୋଜନା ଉପରେ ଶ୍ରୀ ଯୋଶୀ କହିଛନ୍ତି ଯେ ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦନ ଶିଳ୍ପ କ୍ଷେତ୍ରରେ ନାଲକୋ ଏକ ପ୍ରମୁଖ ଉତ୍ପାଦନକାରୀ ଭାବେ ନିଜର ସ୍ଥାନ ବଜାୟ ରଖିବା ଏବଂ ଏହାର ସମ୍ପ୍ରସାରଣର ଆବଶ୍ୟକତା ରହିଅଛି । ନାଲକୋ ସମ୍ପ୍ରସାରଣ ପାଇଁ ଆସନ୍ତା ୭-୮ ବର୍ଷରେ ପ୍ରାୟ ୩୦,୦୦୦ କୋଟି ଟଙ୍କା ନିବେଶ କରିବ, ଯାହା ଦ୍ୱାରା କମ୍ପାନୀର ସ୍ଥିରତା ଏବଂ ବଜାର ପ୍ରତିଦ୍ୱନ୍ଦିତା ପାଇଁ ସାହାଯ୍ୟ କରିବ । ଅନ୍ୟ ଧାତୁ ଶିଳ୍ପ ତୁଳନାରେ ଆଲୁମିନିୟମ ଶିଳ୍ପରେ ଦୃତ ଅଭବୃଦ୍ଧି ପରିଲକ୍ଷିତ ହେଉଥିବାରୁ ନିକଟ ଭବିଷ୍ୟତରେ ଏଥିରେ ବୃହତ ପୁଞ୍ଜି ନିବେଶ ସୁଯୋଗ ରହଅଛି ।
ପ୍ରସ୍ତାବିତ ପୁଞ୍ଜି ନିବେଶରେ ହେବାକୁ ଥିବା ଏହି ସମ୍ପ୍ରସାରଣ ଯୋଜନାରେ ଆଲୁମିନିୟମ ବିଶୋଧନାଗାରର ୦୧ ମିଲିୟନ୍ ଟନ୍ କ୍ଷମତା ବୃଦ୍ଧି, ୩.୫ ମିଲିୟନ୍ ଟନ୍ ବିଶିଷ୍ଟ ପଟ୍ଟାଙ୍ଗୀ ଖଣିର ବିକାଶ, ଉତ୍କଳ ଡି ଏବଂ ଇ କୋଇଲା ଖଣିରୁ କୋଇଲା ଉତ୍ତୋଳନ ଆଦି ଅନ୍ତର୍ଭୁକ୍ତ । ଏଥି ସହ ଅନୁଗୁଳ ସ୍ଥିତ ଆଲୁମିନିୟମ ସ୍ମେଲ୍ଟର ୦.୫ ମିଲିୟନ୍ ଟନ କ୍ଷମତା ସମ୍ପ୍ରସାରଣ ଓ ୧୨୦୦ ମେଗାୱାଟ୍ ଶକ୍ତି ସଂପନ୍ନ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ୍ ଆଦି ଅନ୍ତର୍ଭୁକ୍ତ ।
ଏଠାରେ ଉଲ୍ଲଖଯୋଗ୍ୟ ଯେ ନାଲକୋ ୨୦୨୧-୨୨ ବର୍ଷର ପ୍ରଥମ ତ୍ରୈମାସରେ ଉତ୍କଳ ଡି କୋଇଲା ବ୍ଲକର ୨ ଗଞଇ ପାଇଁ ଲିଜ୍ ଡିଡ୍ ସଂପନ୍ନ ହେବା ପରେ, ଖଣି ଖନନ ଅନୁମତି ପ୍ରାପ୍ତି ନିମନ୍ତେ ପ୍ରକ୍ରିୟା ଅଗ୍ରଣୀ ପର୍ୟ୍ୟାୟରେ ରହିଅଛି । ଏହାଛଡ଼ା ଉତ୍କଳ ଡି କୋଇଲା ବ୍ଲକକୁ ଗଙଋୠଉଉ ସମସ୍ତ ପ୍ରକାରର ମଞ୍ଜୁରୀ ପ୍ରଦାନ କରା ଯାଇ ଅଛି ବୋଲି ଶ୍ରୀ ଯୋଶୀ କହିଛନ୍ତି ।
ନାଲକୋ ୨୦୨୨-୨୩ ବର୍ଷରେ ଉତ୍କଳ ଇ କୋଇଲା ବ୍ଲକର ୨ ଗଞଇ ନମନ୍ତେ ବୈଧାନିକ ମଞ୍ଜୁରୀ ପ୍ରାପ୍ତି ପ୍ରକ୍ରିୟା ସହ ଖଣି କାର୍ୟ୍ୟ ଆରମ୍ଭ କରିବା ଯୋଜନା କରିଅଛି ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ନାଲକୋ ୨୦୨୧-୨୨ ଆର୍ଥିକ ବର୍ଷର ଉଇଚଋଢ ଲକ୍ଷ୍ୟ ଶତକଡ଼ା ୭୫ ଭାଗ ୩୧ ଡିସେମ୍ୱର ୨୦୨୦ ସୁଦ୍ଧା ହାସଲ କରିଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ ।
ନାଲକୋର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର, କହିଛନ୍ତି ଯେ ଗତ ଆର୍ଥିକ ବର୍ଷରେ ନାଲକୋ ଉଲ୍ଲେଖନୀୟ ସଫଳତା କରିଅଛି । ବର୍ଷର ପ୍ରଥମାର୍ଦ୍ଧରେ ମୋଟ ବ୍ୟବସାୟରୁ ୫୯ ପ୍ରତିଶତ ବିଦେଶୀ ପୁଞ୍ଜି ହାସଲ କରିଥିଲା । ସେ ଆହୁରି ମଧ୍ୟ କହିଥିଲେ ଯେ ଗୁଜରାଟ ଆଲକାଲିଜ୍ ଆଣ୍ଡ୍ କେମିକାଲ୍ସ ଲିମିଟେଡର ମିଳିତ ସହଯୋଗରେ ଏକ କଷ୍ଟିକ୍ ସୋଡା ପ୍ଲାଣ୍ଟ୍ ସ୍ଥାପନ କରାଯାଉଅଛି, ଯାହା ୨୦୨୧-୨୨ ବର୍ଷର ପ୍ରାରମ୍ଭରେ କାର୍ୟ୍ୟକ୍ଷମ ହେବାର ସମ୍ଭାବନା ଅଛି । ଏହା ଦ୍ୱାରା ନାଲକୋକୁ କଷ୍ଟିକ ସୋଡ଼ା ଭଳି ଏକ ପ୍ରମୁଖ କଞ୍ଚାମାଲ ଯୋଗାଇବାରେ ସହାୟକ ହେବ ।
ନାଲକୋର ସମସ୍ତ ପ୍ରୟାସକୁ ସହୃଦୟତାର ସହିତ ପୁର୍ଣ୍ଣ ସମର୍ଥନ ପ୍ରଦାନ କରିଥିବାରୁ ଶ୍ରୀ ପାତ୍ର ମାନନୀୟ ମନ୍ତ୍ରୀ ତଥା ଖଣି ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇ ଥିଲେ । ଏଥିସହ ଦାମନଯୋଡ଼ିଠାରେ ୫ମ ଷ୍ଟ୍ରିମ ରିଫାଇନେରୀ ଏବଂ ଅନ୍ୟାନ୍ୟ ପ୍ରକଳ୍ପ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସହଯୋଗ ନିମନ୍ତେ ରାଜ୍ୟ ସରକାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ନାଲକୋର ଉଚ୍ଚକୋଟୀର ପ୍ରଦର୍ଶନ ନିମନ୍ତେ ସମସ୍ତ କର୍ମଚାରୀଙ୍କର ଦଳଗଦ କାର୍ୟ୍ୟ ତଥା ଉତ୍ସର୍ଗୀକୃତ ମନୋଭାବ ଏବଂ ବିଭିନ୍ନ ଅଂଶୀଦାରଙ୍କର ସହଯୋଗ ଫଳରେ ସମ୍ଭବ ହୋଇ ପାରିଛି ବୋଲି ଶ୍ରୀ ପାତ୍ର ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଶ୍ରେଷ୍ଠ ପ୍ରଦର୍ଶନକାରୀ କର୍ମଚାରୀ ମାନଙ୍କୁ ପୁରସ୍କୃତ କରିଥିଲେ ଏବଂ କର୍ମଚାରୀମାନଙ୍କର କାର୍ୟ୍ୟଦକ୍ଷତାରେ ଉନ୍ନତି ଆଣିବା ପାଇଁ ଏକ ମାସିକ କର୍ମଚାରୀ ପ୍ରୋତ୍ସାହନ ପୁରସ୍କାର ଯୋଜନାର ମଧ୍ୟ ଶୁଭାରମ୍ଭ କରିଥିଲେ ।