କୋଭିଡ୍ କଟକଣା ଭିତରେ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ ହେବ ‘ଗଣତନ୍ତ୍ର ଦିବସ’
ଭୁବନେଶ୍ୱର : କୋଭିଡ୍ କଟକଣା ମାନି ପାଳନ ହେବ ଗଣତନ୍ତ୍ର ଦିବସ। ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ସମ୍ପୂର୍ଣ୍ଣ ଭାବେ ଭୟ ରହିଛି। ତେଣୁ ଆସନ୍ତା ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ ହେବ। ସରକାରଙ୍କ କୋଭିଡ ନିର୍ଦ୍ଦେଶାବଳୀ ସହ ଗଣତନ୍ତ୍ର ଦିବସ ପାଳିତ ହେବାକୁ ଯାଉଛି। ମହାତ୍ମା ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ଗଣେଶୀ ଲାଲ। ଜାନୁଆରୀ ୨୬ ସକାଳ ୮.୩୦ ମିନିଟରେ ପତାକା ଉତ୍ତୋଳନ ହେବ । ସମ୍ମାନିତ ଅତିଧି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେବେ। ଅନ୍ୟପଟେ କାଲିଠୁ ରାଜ୍ୟର ସ୍କୁଲ ଖୋଲିବ। ସ୍କୁଲରେ ମଧ୍ୟ ଗଣତନ୍ତ୍ର ଦିବସ ପାଳିତ ହେବ। କୋଭିଡ୍ କଟକଣା ମଧ୍ୟରେ ସ୍କୁଲରେ ଗଣତନ୍ତ୍ର ଦିବସ ପାଳିତ ହେବ।
independence day celebration with covid guidelines